Tuesday, December 09, 2025

ବର୍ଷ ବିତିଗଲା, ଋଷିକୂଲ୍ୟା ନଦୀରେ ବହୁତ ପାଣି ବହିଗଲା, କିନ୍ତୁ ବାପାଙ୍କର ସ୍ନେହ, ତ୍ୟାଗ ଆଜି ବି ସ୍ମରଣୀୟ...

"ଜିତୁ ଦେଖେ ଏବେ ବି ଟାଇମ ଅଛି, ତୁ ଗ୍ରାଜୁଏସନ କରିଛୁ ପିଜି କି ଏମ୍ବିଏ କରିବୁ ବ୍ରହ୍ମପୁରରେ ନ ହେଲେ ପାଖାପାଖି କୋଠେ ହେଲେ. ଆଉ ତା ପରେ କୋ ହେଲେ କଲେଜେର ଲେକଚେର ହେଇପାରିବୁ ଦେଖେ ଗାଡି ଆସିଲାଣି, ହିଁ କହିଲେ ରାତି ଗାଡିରେ ପଳେଇବା ବରହମପୁର" 

ମୁଁ ତ ସେତେବେଳେ ଗୋଟେ ମରୀଚିକା ପଛରେ ପଡିଯାଇଥିଲି ଆଉ ମତେ ସେ ନିଶା ଭିତରେ ବାବାଙ୍କ ମନଟାକୁ ଆକଳନ  କରିବାକୁ ସମୟ ମିଳିଲାନି କି ତା ପଛରେ ଥିବା ବାପାର ସ୍ନେହ ଆଉ ଚିନ୍ତା ବି ଦିଶିଲାନି .  ବର୍ଷ ବୟସରେ ମୁଁ ଜୀବନକୁ ଜାଣିଥିଲି ମାତ୍ର ଏତିକି ଯେ ସମାଜ ସାଥିରେ ତାଳ ଦେଇ ଆଗକୁ ବଢିବାକୁ ପଡିବ ଆଉ କିଛି କରିବାକୁ ପଡିବ. ତେଣୁ ମୁଁ ଆଗକୁ ବଢିଗଲି.

ଆଜି ବାବା ନାହାନ୍ତି ମାତ୍ର ମୋ ଜୀବନକୁ ସରସ କରି ଗଢ଼ିଥିବା ମଣିଷଟିକୁ ଆଉ ତାଙ୍କର ପ୍ରତିଟି କଥା କୁ ଭୁଲି ପାରୁନି ମୁଁ. ସତେ ଯେମିତି କାଲି ପରିକା ଲାଗୁଚି ମତେ ଯେମିତି ସେ ଫୋନେ କରିକି ପଚାରିବେ " ଜିତୁ, ଅଫିସରୁ ଆସିଲୁନି କି ରେ, ଏତେ ଲେଟ କଣ କରୁଛୁରେ, ଜଲଦି ବାହାରି ଯା" 

.

.

ସତରେ ଆଉ ସେ ଫୋନ କଲ ଆସିବନି କେବେବି  

ଆଜି ୨୫ ବର୍ଷ ବିତି ଯାଇଛି. ଋଷିକୂଲ୍ୟା ନଦୀରେ ବି ବହୁତ ପାଣି ବହିଯାଇଛି, ରହିଯାଇଛି କହିଲେ ଖାଲି କିଛି ମନଛୁଆଁ ଅଭୁଲା ଅନୁଭବ. ଆଉ ସେ ସବୁକୁ ମୁ ସଜେଇ ରଖିଛି  ମୋ ମନରାଇଜରେ ସ୍ମୃତି ପରି. 

ଜୀବନ ଜଂଜାଳ ଭିତରେ ବୁଡିରହିଥିବା ମଣିଷ ମୁଁ ଚାହିଁଲେ ବି କିଛି ଫେରାଇ ଆଣିପାରିବି ନାହିଁ,  ମାତ୍ର ଯିଏ ମୋ ଜୀବନରେ ଏତେ ପରିବର୍ତନ କରି ମତେ ଗଢିବାରେ ନିଜର ସର୍ବସ୍ବ ସ୍ୱାହା କରିଦେଇଛି ତାଙ୍କୁ ଭୁଲିବାର ଅକ୍ଷମଣୀୟ ଅପରାଧ କରିପାରିବି ନାହିଁ.  

(ବାପାଙ୍କର ବୈକଲ୍ପିକ ଉଚ୍ଚଶିକ୍ଷା ଓ କାରିଆର ପାଇଁ ଦିଆ ସୁପରିଶକୁ ଏଡାଇ ଦେଇ ୨୦ ବର୍ଷ ବୟସରେ ସ୍ବପ୍ନ ପଛରେ ଦୌଡିଥିଲେ ଲେଖକ। ୨୫ ବର୍ଷ ପରେ, ବାପାଙ୍କୁ ହରେଇ ତାଙ୍କର ସ୍ମୃତି, ତ୍ୟାଗ ଓ କଥାଗୁଡିକୁ ଭୁଲିପାରୁନାହାନ୍ତି। ଜୀବନର ଜଂଜାଳ ମଧ୍ୟରେ କିଛି ଫେରାଇ ଆଣିପାରିବାରେ ଅସମର୍ଥ ଲେଖକ, ବାପାଙ୍କୁ ଭୁଲିବା ଅକ୍ଷମଣୀୟ ଅପରାଧ ବୋଲି ମନେ କରୁଛନ୍ତି।)

No comments:

Post a Comment