କାଲି ଦଶମ ଶ୍ରେଣୀ ବୋର୍ଡ ପରିକ୍ଷାର ରେଜଲ୍ଟ ବାହାରିଲା, ଆଉ ପଡ଼ିଶାଘର ଝିଅଟିଏ 89% ମାର୍କ ରଖିଥିବାରୁ ଖୁସିରେ ଚକଲେଟ ବାଂଟୁଥିଲା
ହଠାତ ମୋ ପିଲାବେଳେ ସ୍କୂଲ ସମୟର କଥା ମନେପଡିଗଲା, ସେ ସମୟଟା ଜୀବନର ବ୍ୟସ୍ତତମ ଆଉ ଉତ୍ତମ ସମୟ ଥିଲା .... ନା କିଛି ଚିନ୍ତା ...ଖାଲି ବାବା ମାଙ୍କ ପାଠ ପଢିବାପାଇଁ କହିବା ଆଉ ଆମେ ନିଜେ ନିଜେ ଜୀବନରେ କିଛି କରିବା ପାଇଁ ତତ୍ପର ହଉଥିଲୁ ....
TBW ଗାଇଡ଼ କିଣିବା,
ଟିଉସନ ଯିବା,
ଆଉ ବାରମ୍ବାର ରିବିସନ କରିବାରେ ସମସ୍ତେ ବ୍ୟସ୍ତ
କିଏ ପାହାନ୍ତିଆ 3ଟାରେ ଉଠି ପଢୁଥିଲା ତ କିଏ ରାତିଯାକ ପଢି ସକାଳେ ସୋଉଥିଲା
ସତ କହିବାକୁ ଗଲେ ପୁଣିଥରେ ଜୀବନର ସେ ସମୟକୁ ଫେରିଯିବାକୁ ମନହୁଏ ଆଉଥରେ ସେ ପ୍ରତିଯୋଗିତାମୂଳକ ଜୀବନର ସ୍ୱାଦ ଚାଖିବାକୁ ମନହୁଏ ...
ମାତ୍ର ତାହା ତ ଅସମ୍ଭବ.... ବିତିଯାଇଥିବା କାଲିଠୁ ଆଜିର ଜୀବନ ପାଇଁ ପ୍ରେରଣା ଖୋଜି ଆଗକୁ ବଢିଯିବାଟା ହିଁ ଶ୍ରେୟସ୍କର.
