Wednesday, April 24, 2024

Employee Background Check...

You are hiring and after a tough sourcing, screening and selection process you landed with a candidate matching with your requirement....

.

.

HOLD ON, DO NOT ONBOARD

.

you might to do a Employee BG check before you onboard and unleash him to your team. This can save you lot of time, money and even your entire business as well. But do the current day companies serious about the employee background check.. Where some of the structured tier 1 companies do rely on third party agencies for BGV, most other companies are dependent on the internal process of refence check even there are companies who call themselves high performing companies they do not take this seriously. 

but those who do BG checks you have any idea what kind of BG checks they do here is a list of items they check as per the project requirement.

  • Current Employment
  • Social Media Search
  • Criminal Felony & Misdemeanour
  • Global Right to Work Documentation
  • Adverse Media Search (English)
  • Adverse Media Search (English)
  • Global Employment
  • Past Employment
  • Professional Reference Check Report
  • Professional Licenses Report
  • Standard Gap analysis
  • Criminal Records
  • Credit Check 
  • Global Sanctions & Enforcement
  • Professional Qualification Verification
  • Fitness and Propriety
  • Animal Rights Activism Search
  • CV Analysis
  • Copyright & Genuity Verification

Were you aware of such checks or do you find any of the listed above is unique or funny, comment and let me know. 

Tuesday, April 09, 2024

ସମୟ ଚକ

ସମୟ ଚକ ଗଡି ଚାଲିଛି ଆଉ ମୁ ଜୀବନ ଚକ ତଳେ ପେଷି ହେଇଗଲିଣି. ସବୁ ବିଷୟର ମୂଳ ରେ ପଇସା ଟଙ୍କା ଆଉ କିଛି ନାହିଁ ରେ ଭାଇ. ଆଜି ତୋ ପାଖରେ ପଇସା ଅଛି ତ, ତୁ ମଣିଷରେ ଗଣା ନ ହେଲେ କିଏ ପଚାରେ 



Tuesday, November 07, 2023

Donate Blood but not on Raod.

This is the fifth time i donated blood and it gives a feeling of joy that I have helped someone to live better and invariably my blood is in other's veins. It personally feels a satisfying act.


Monday, November 06, 2023

ସବୁ ସୁଖରେ ସାଥି

ଜୀବନ ଯମୁନା ରେ ବହୁ ଥର ମୁଁ ବହିଯାଇଛି, ଆଉ ବେଳେ ବେଳେ ଭାବେ ଯେ କାହିଁକି ଏ ସବୁ ଜଂଜାଳ. 

ବହୁତ ଚେଷ୍ଟା କରିଛି ମୁ ଜୀବନକୁ ବୁଝିବା ପାଇଁ ମାତ୍ର ଏ ମାରିଚୀକା  ପଛରେ ଧାଇଁ ଧାଇଁ ଥକିବା ଟା ହିଁ ସାରା ହେଇଚି. 

ମଣିଷ ନିଜ ନିଜ ସୁଖ ଖୋଜେ ଆଉ ଯେଉଁଠି ସେ ଲାଭ ଦେଖେ ସେଠି ସେ ନିଜକୁ ଅଠା  ଲଗେଇ ଯୋଡି ଦିଏ ଯେମିତିକି ସେ ଅନ୍ତରଙ୍ଗ ବନ୍ଧୁଟିଏ. ମାତ୍ର ଗୋଟାଏ ମିନିଟ ଯଦି ସେ ସେଇ ସୁଖ ନ ପାଏ ସେ କିଏ ବି ହେଇଥାଉ ନା କାହିଁକି ଦୁରେଇଯାଏ ସେ. 

କି ସାଙ୍ଗ କି ସାଥି କି ସମ୍ପର୍କୀୟ ଆଉ କି ସ୍ତ୍ରୀ... ସବୁ ସୁଖରେ ସାଥି 

ଦୁନିଆରେ କିଛି ସମୟ କାଟିଲା ପରେ ଆଉ ଯେତେବେଳେ ଟିକିଏ ବୁଝି ହେଲେ ପରି ଲାଗେ, ସତ କହୁଛି ବାବୁ ବଂଚିବାକୁ ଆଶା ଯୋଗାଡ କରି ପାରୁନି. 

ବାବା ଗଲା ପରେ ଦୁନିଆର ଅସଲି ଚେହେରାଟା ଏକଦମ ଝଲସି ଉଠିଛି. ଆଖପାଖର ଲୋକେ ନିଜ ନିଜ ସୁବିଧା ଦେଖିଲେଣି.... କିଏ କହିଲାଣି ଏବେ ତ ସୁଧୁରିଯା, ତ କିଏ କହିଲାନି ବେଶୀ କଥା କହନା ଆଉ ଶୁଣିବାକୁ ବେଳ ନାହିଁ. ସମ୍ପର୍କର ଗୋଟେ ଗୋଟେ ଖିଅ କେତେ ପତଳା aau କ୍ଷଣଭଙ୍ଗୁର ତାହା ବୁଝିବାକୁ କିଛି     ଅସୁବିଧା ହଉନି. 

ଆଜି ବହୁତ ଏକୁଟିଆ ଲାଗୁଚି .. ଲାଗୁଛି ଯେମିତି ଏତେବଡ ଦୁନିଆରେ କିଏ ମଣିଷ ନାହାନ୍ତି. 

                                                                    


  



Tuesday, October 17, 2023

ଅଭିମନ୍ୟୁ - ଜାଣେ ଚକ୍ରବ୍ୟୁହର ଭେଦ ସେ

ଆଜିକୁ ଦେଢ଼ ମାସରୁ ଅଧିକ ହେଇଗଲାଣି ବାବାଙ୍କୁ ଯାଇ. ଆମେ ସମସ୍ତେ ନିଜ ନିଜ କାମଧାମ ରେ ଲାଗିଯାଇଚୁ, ମାତ୍ର କଣ ଗୋଟେ ଜିନିଷ ଆମ ଭିତରେ ଆଉ ନାହିଁ , କେତେ ଖୋଜିଲେ ବି ମୁଁ ତ ପାଉନାହିଁ .. ସେତ ହେଲା ଗୋଟେ ଆସ୍ୱସ୍ଥି ଯେ ବାବା ଅଛନ୍ତି ସେ ବୁଝିବେ. ସବୁବେଳେ ମନ ଭିତରେ ଥିବା ସେ ଚିନ୍ତାଧାରା ଆଜି ବି ଅଛି ମାତ୍ର ବାବା ନାହାନ୍ତି ତାହା  ବିଶ୍ୱାସ କରିହଉ ନାହିଁ. ସମସ୍ତଙ୍କୁ ଛାଡି ଅଚାନକ ଏମିତି ଚାଲିଯିବେ ମୁଁ  ତ କେବେ ବି ଭାବି ନ ଥିଲି.
 
ସଵୁଥର ଭଳି ଏ ଥର ବି ମୁ ଯେତେବଳେ ବାବାଙ୍କୁ ସାଙ୍ଗରେ ନେଇକି ଆସିଲି ମୁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ଯେ କେମିତି ତାଙ୍କୁ ସୁସ୍ଥ କରି ଘରେ ଛାଡି ଆସିବି. ମାତ୍ର ଏ ଥର କିଛି ତ୍ରୁଟି ରହିଗଲା ବୋଧ ହୁଏ ଯେ ମୁ ତାଙ୍କୁ ଭଲ କରିକି ଘରକୁ ନେଇ ପାରିଲିନି. ମୁଁ  କେବେବି ଭାବି ନଥିଲି ଯେ ମୁ ତାଙ୍କୁ ହରେଇଦେବି ଏମିତି...

ଆଜି ଯେତେବେଳେ ମୁ ନିଜେ ଦର୍ପଣ ଆଗରେ ଠିଆ ହୁଏ  ଲାଗେ ଯେମିତି କିଛି ନାହିଁ ମୋ ପାଖରେ ଗର୍ବ କରିବାକୁ, ସେ ତ ନିଜେ ମୋର ଗର୍ବ ଥିଲେ, କାହାଠୁ ପାଞ୍ଚ ପଇସା ଧାର ନ କରି ନିଜର ବଳରେ  ପିଲା ମାନଙ୍କୁ ମଣିଷ କଲେ,  ପୁଅ ପରି ସାନ ଭାଇମାନଙ୍କୁ ପାଠ ପଢ଼େଇଲେ, ଚାକିରୀ କରେଇଲେ ମଣିଷ କଲେ. ବାପା ମା ପଛରେ ସବୁ ପ୍ରକାର ଖର୍ଚ ବି କଲେ ମାତ୍ର ଏ ସବୁ କାମ ଭିତରେ ତାଙ୍କର ସ୍ୱାସ୍ଥ୍ୟ ଯେ ଖରାପ ହେଇଗଲା.... ବଡ କଷ୍ଟରେ ସେ ରାଜି ହେଲେ ସେ ପେସମକେର ଲଗେଇବାପାଇଁ ଆଉ ପୁଣି  ଲାଗିଗଲେ ନିଜ କାମରେ, ନିସ୍ଵାର୍ଥ ସେବାରେ. କାହାଠୁ କିଛି ଆସ କରିନଥିଲେ ସେ, ଖାଲି କରିଚାଲିଥିଲେ ନିଜ କାମ. ଗୋଟିଏ ଖାଲି ଆଶା ଥିଲା ବୋଧ ହୁଏ ଯେ କେମିତି ଜଣେ ଆଦର୍ଶ ପୁଅ ହେବେ ସେ, ଆଉ କିଛି ହୁଅନ୍ତୁ କି ନା. ମାତ୍ର ଯେତେବେଳେ ସେଇ ଗୋଟିଏ ଆଶା ବି ପୁରାଣ ହୁଏ ନାହିଁ ଆଉ ସେଇ ବାପା ମା ଅନାଦର କରନ୍ତି, ପାତର ଅନ୍ତର କରନ୍ତି..... ଆଉ ତାହା ବି ଏ ପରିଣତ ବୟସରେ.... ତେବେ କଣ ବା କରିଥାନ୍ତେ ସେ. ତା ପରେ ବି ସେ ଫେରିଆସିଲେ, କିଛି କହିପାରିଲେଣି କାହାକୁ .... କହିବେ ବା କାହାକୁ ସେ ବାପାମାକୁ ଯାହାପାଇଁ ସବୁ କରିଥିଲେ ନା ସେ ଭାଇ କୁ ଯାହାକୁ ମଣିଷ କଲେ.... ନିଜର ଜଣେ ଧୋକା ଦେଲେ ହୃଦୟର ଯାହା ଅବସ୍ଥା ହୁଏ ସେ କଥା କଥାରେ କହିହୁଏନି ବାବୁ.
 
ମୋ ବାପା ଦୁଃଖ କଲେ ଆଉ ବୋଧହୁଏ  ତାଙ୍କ ମନରେ ଏ କଥାଟା ଲାଗି ଗଲା. ଶରୀରର ରୋଗ ଭଲ କରିବା ପାଇଁ ମେଡିସିନ ଅଛି ବାବୁ ମାତ୍ର ମନର ରୋଗ ପାଇଁ ମେଡିସିନ ନାହିଁ. 

ଗଲା ମାସ ଚେନ୍ନାଇ ରେ ଥିଲା ବେଳେ ମତେ କହିଲେ ମନ୍ଦିର ରେ ପୂଜାରୀ କୁ ବୁଝେ ଏବେ ପିତୃପୁରୁଷଙ୍କୁ ପିଂଡ ଦାନ କରିବା ଆଉ ଛଞ୍ଚାଟେ ଦେବା. ମାତ୍ର ହେ ଭଗବାନ ଏ କଣ କଲ .... ଛଡେଇ ନେଲ ଆମଠୁ ଆମର ମଉଡମଣୀ ସୁନାମୁଣ୍ଡା ଅଭିମନ୍ୟୁ କୁ...
ବାବା ତମ ପାଦ ତଳେ ଏ ଅଧମ ପିଲାଟିର କୋଟି କୋଟି ପ୍ରଣାମ. 
ଭଗବାନ ତମକୁ ପରମପଦରେ ରଖନ୍ତୁ.


Wednesday, October 11, 2023

ज़िन्दगी के नुस्खे ..



ए ज़िन्दगी कुछ तो दे वक़्त मुझे संभल ने का  

सीखा है अभी तो दो चार नुस्खे  abhi 

जितने भी मंज़र दिखाए अब तक 

ऐसा लगता है के जाने का वक़्त भी आ गया