ଆଜିକୁ ଦେଢ଼ ମାସରୁ ଅଧିକ ହେଇଗଲାଣି ବାବାଙ୍କୁ ଯାଇ. ଆମେ ସମସ୍ତେ ନିଜ ନିଜ କାମଧାମ ରେ ଲାଗିଯାଇଚୁ, ମାତ୍ର କଣ ଗୋଟେ ଜିନିଷ ଆମ ଭିତରେ ଆଉ ନାହିଁ , କେତେ ଖୋଜିଲେ ବି ମୁଁ ତ ପାଉନାହିଁ .. ସେତ ହେଲା ଗୋଟେ ଆସ୍ୱସ୍ଥି ଯେ ବାବା ଅଛନ୍ତି ସେ ବୁଝିବେ. ସବୁବେଳେ ମନ ଭିତରେ ଥିବା ସେ ଚିନ୍ତାଧାରା ଆଜି ବି ଅଛି ମାତ୍ର ବାବା ନାହାନ୍ତି ତାହା ବିଶ୍ୱାସ କରିହଉ ନାହିଁ. ସମସ୍ତଙ୍କୁ ଛାଡି ଅଚାନକ ଏମିତି ଚାଲିଯିବେ ମୁଁ ତ କେବେ ବି ଭାବି ନ ଥିଲି.
ସଵୁଥର ଭଳି ଏ ଥର ବି ମୁ ଯେତେବଳେ ବାବାଙ୍କୁ ସାଙ୍ଗରେ ନେଇକି ଆସିଲି ମୁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ଯେ କେମିତି ତାଙ୍କୁ ସୁସ୍ଥ କରି ଘରେ ଛାଡି ଆସିବି. ମାତ୍ର ଏ ଥର କିଛି ତ୍ରୁଟି ରହିଗଲା ବୋଧ ହୁଏ ଯେ ମୁ ତାଙ୍କୁ ଭଲ କରିକି ଘରକୁ ନେଇ ପାରିଲିନି. ମୁଁ କେବେବି ଭାବି ନଥିଲି ଯେ ମୁ ତାଙ୍କୁ ହରେଇଦେବି ଏମିତି...
ଆଜି ଯେତେବେଳେ ମୁ ନିଜେ ଦର୍ପଣ ଆଗରେ ଠିଆ ହୁଏ ଲାଗେ ଯେମିତି କିଛି ନାହିଁ ମୋ ପାଖରେ ଗର୍ବ କରିବାକୁ, ସେ ତ ନିଜେ ମୋର ଗର୍ବ ଥିଲେ, କାହାଠୁ ପାଞ୍ଚ ପଇସା ଧାର ନ କରି ନିଜର ବଳରେ ପିଲା ମାନଙ୍କୁ ମଣିଷ କଲେ, ପୁଅ ପରି ସାନ ଭାଇମାନଙ୍କୁ ପାଠ ପଢ଼େଇଲେ, ଚାକିରୀ କରେଇଲେ ମଣିଷ କଲେ. ବାପା ମା ପଛରେ ସବୁ ପ୍ରକାର ଖର୍ଚ ବି କଲେ ମାତ୍ର ଏ ସବୁ କାମ ଭିତରେ ତାଙ୍କର ସ୍ୱାସ୍ଥ୍ୟ ଯେ ଖରାପ ହେଇଗଲା.... ବଡ କଷ୍ଟରେ ସେ ରାଜି ହେଲେ ସେ ପେସମକେର ଲଗେଇବାପାଇଁ ଆଉ ପୁଣି ଲାଗିଗଲେ ନିଜ କାମରେ, ନିସ୍ଵାର୍ଥ ସେବାରେ. କାହାଠୁ କିଛି ଆସ କରିନଥିଲେ ସେ, ଖାଲି କରିଚାଲିଥିଲେ ନିଜ କାମ. ଗୋଟିଏ ଖାଲି ଆଶା ଥିଲା ବୋଧ ହୁଏ ଯେ କେମିତି ଜଣେ ଆଦର୍ଶ ପୁଅ ହେବେ ସେ, ଆଉ କିଛି ହୁଅନ୍ତୁ କି ନା. ମାତ୍ର ଯେତେବେଳେ ସେଇ ଗୋଟିଏ ଆଶା ବି ପୁରାଣ ହୁଏ ନାହିଁ ଆଉ ସେଇ ବାପା ମା ଅନାଦର କରନ୍ତି, ପାତର ଅନ୍ତର କରନ୍ତି..... ଆଉ ତାହା ବି ଏ ପରିଣତ ବୟସରେ.... ତେବେ କଣ ବା କରିଥାନ୍ତେ ସେ. ତା ପରେ ବି ସେ ଫେରିଆସିଲେ, କିଛି କହିପାରିଲେଣି କାହାକୁ .... କହିବେ ବା କାହାକୁ ସେ ବାପାମାକୁ ଯାହାପାଇଁ ସବୁ କରିଥିଲେ ନା ସେ ଭାଇ କୁ ଯାହାକୁ ମଣିଷ କଲେ.... ନିଜର ଜଣେ ଧୋକା ଦେଲେ ହୃଦୟର ଯାହା ଅବସ୍ଥା ହୁଏ ସେ କଥା କଥାରେ କହିହୁଏନି ବାବୁ.
ମୋ ବାପା ଦୁଃଖ କଲେ ଆଉ ବୋଧହୁଏ ତାଙ୍କ ମନରେ ଏ କଥାଟା ଲାଗି ଗଲା. ଶରୀରର ରୋଗ ଭଲ କରିବା ପାଇଁ ମେଡିସିନ ଅଛି ବାବୁ ମାତ୍ର ମନର ରୋଗ ପାଇଁ ମେଡିସିନ ନାହିଁ.
ଗଲା ମାସ ଚେନ୍ନାଇ ରେ ଥିଲା ବେଳେ ମତେ କହିଲେ ମନ୍ଦିର ରେ ପୂଜାରୀ କୁ ବୁଝେ ଏବେ ପିତୃପୁରୁଷଙ୍କୁ ପିଂଡ ଦାନ କରିବା ଆଉ ଛଞ୍ଚାଟେ ଦେବା. ମାତ୍ର ହେ ଭଗବାନ ଏ କଣ କଲ .... ଛଡେଇ ନେଲ ଆମଠୁ ଆମର ମଉଡମଣୀ ସୁନାମୁଣ୍ଡା ଅଭିମନ୍ୟୁ କୁ...
ବାବା ତମ ପାଦ ତଳେ ଏ ଅଧମ ପିଲାଟିର କୋଟି କୋଟି ପ୍ରଣାମ.
ଭଗବାନ ତମକୁ ପରମପଦରେ ରଖନ୍ତୁ.
No comments:
Post a Comment