Monday, November 02, 2026

ଜୟ ମାଆ ବଡ଼ ଠାକୁରାଣୀ

ସୋମବାର (୨୬ ଅକ୍ଟୋବର) ସନ୍ଧ୍ୟା ସମୟ। ମୁଁ ବ୍ରହ୍ମପୁରରେ ଥାଏ। ଏଥର ସିତୁ ବି ମୋ ସାଙ୍ଗରେ ଥିଲା। ସେ କହିଲା, "ଜିତୁ ଭାଇ, ମୋ ସାଙ୍ଗ ଗୌତମଙ୍କ ବାପା ଆରପାରିକୁ ଚାଲିଗଲେ, ମୁଁ ଟିକେ ତାଙ୍କୁ ମିଶି ଆସିବି।"

ମୁଁ କହିଲି, "ଠିକ୍ ଅଛି, ଚାଲ, ଦୁଇଜଣ ଯାକ ଯିବା।"

ସେ କହିଲା, "ହେଉ, ବଡ଼ ଠାକୁରାଣୀ ମନ୍ଦିର ପାଖରେ ତାଙ୍କ ଘର। ତୁ ଯଦି ଯିବାର ଅଛି, ଆଗେ ମନ୍ଦିର ଯାଇଆସ। ଫେରିଲା ବେଳକୁ ମୋତେ ତାଙ୍କ ଘରେ ମିଶିଯିବୁ।"

ଏତିକି କହିବାର ଥିଲା, ମୁଁ କଣ ରହେ!

ହଠାତ୍ କିଛି କାମରେ ବ୍ରହ୍ମପୁର ଯିବାକୁ ପଡ଼ିଥିଲା। ଏଥର ଆମେ ଦୁଇ ଭାଇ ପୁରା ସପ୍ତାହେ ଘରେ ରହିଲୁ। ସେ ଭିତରେ କାମ ଅନେକ ଥିଲା, କିନ୍ତୁ ମାଆଙ୍କ ଦର୍ଶନ ପାଇଁ ସମୟ କାଢ଼ି ପାରିନଥିଲି।

ଶେଷରେ ମନ୍ଦିରକୁ ଗଲି। ଦେଖିଲି ଯେ ଭବ୍ୟ ଓ ବିଶାଳ ମନ୍ଦିରର ନିର୍ମାଣ କାମ ଜୋରସୋରରେ ଚାଲିଛି। ମାଆ ତାଙ୍କ ସିଂହାସନରେ ବିରାଜମାନ। ଗର୍ଭଗୃହର କାମ ଆଗକୁ ବଢ଼ିଛି, ଆଉ ଟିକେ ବଡ଼ କରାଯାଉଛି। ସେଥିପାଇଁ ପରିସରଟା ବେଶ ଖୋଲା ଖୋଲା ଲାଗୁଥିଲା।

ଦୀପଟିଏ ଜାଳି ମାଆଙ୍କ ଚରଣରେ ମୋ ଗୁହାରି ଜଣାଇଲି। କିଛି ସମୟ ମାଆଙ୍କ ସାନିଧ୍ୟରେ କାଟି, ମନଟା ଶାନ୍ତ ହେବା ପରେ ଧୀରେ ଧୀରେ ଏକ ଫଟୋ ଉଠାଇଲି।




 


















ଏଇ ହେଉଛି ସେହି ଫଟୋ...

🙏 ଜୟ ମାଆ ବଡ଼ ଠାକୁରାଣୀ


No comments:

Post a Comment