ସେ ତ ଖାଲି ମୋ ବାପା ନ ଥିଲେ ସେ ତିଳେ ଜଣେ ଦକ୍ଷ ନାଗରିକ ଆଉ ଶାସକ. ତାଙ୍କ ପାଟି ଶୁଣି ଶୁଣି ଆମେ ବଢି ଅଶିଚୁ ଆଉ ଜୀବନର ଗୋଟିଏ ଗୋଟିଏ ଶିକ୍ଷା ତାଙ୍କ ଆଦର୍ଶରୁ ଶିଖିଆସିଚି. ନିସ୍ଵାର୍ଥପରଭାବେ ତାଙ୍କ ପରି ଆଜି ପର୍ଯ୍ୟନ୍ତ ବଂଚି ଆସିଛି ଆଉ ଆଗକୁ ମଧ୍ୟ ଏମିତି ଚାଲିବ.
ମାତ୍ର ଆଜିର କଥା କହିବାକୁ ଗଲେ ଆଜି ଜୀବନରୁ ବହୁତ କିଛି ହଜିଗଲା ସବୁଦିନ ପାଇଁ... ଜୀବନ ଆଉ ସେମିତି ସରସ ଆଉ ସାବଲୀଳ ହବ ନାହିଁ କେବେବି. ଗୋଟିଏ କଥା ସତ ଆଉ ମୁ ନିଜ ଅନୁଭୂତିରୁ ଜାଣିଲି ଯେ ମଣିଶ ଆଜି ଗଣାଯାଏ ତା ପଇସା ଆଉ ତାର ବେଶଭୂଷରୁ ନ କି ତାର ନିଜସ୍ୱ ଆଦର୍ଶରୁ. ସିଏ ଯିଏ ବି ହଉ ନା କାହିଁକି ହଉ ସିଏ ଅଫିସର ବା ନିଜ ଘରେ, ସମସ୍ତେ ଖୋଜନ୍ତି ଜଣେ କୁହାଲିଆ ଆଉ ପାରିବାର ମଣିଶଟିଏ. ମାତ୍ର ତାକୁ ଆପଣ କଣ କହିବେ ଯିଏ ଏ ସବୁ ଦେଖେଇବାରେ ଆଉ କହିବାରେ ବିଶ୍ୱାସ କରେ ନାହିଁ. ହଁ ମୁ ମୋ କଥା କହୁଛି ଆଜି କାହାଠୁ କିଛି ଆଶା କରୁନି ମୁ ମାତ୍ର ଏ ବିଶ୍ୱାସ ଆଉ ଚେସଟା କରୁଛି ଯେ ମୋ ଦ୍ୱାରା କାହାର କିଛି ଖରାବ କି କାହାର କିଛି ଅନର୍ଥ ନ ହଉ. ଆଜିବି ମୁ ଜୀବନର ସରଳତାରେ ଖୁସି ...
ଭଗବାନଙ୍କୁ ଧନ୍ୟବାଦ ଦଉଚି ଆଉ ଜୀବନ ଥିଲାଯାଏ ଦଉଥିବି.
ବାପାମା ପାଇଁ କରିବି କରିବି କହୁ କହୁ ଜୀବନର 43 ବର୍ଷ କଟିଗଲା ସତରେ କଣ କରିଛି କଣ ନାହିଁ ମୁ ଜାଣିନି. ସ୍ତ୍ରୀ ଆଉ ପିଲା ପାଇଁ କଣ କରିଛି ସେତ ବି ମୁ କହୁନି... କଣ କହିବି କିଛି ବେଶୀ କରିନି, ସମସ୍ତେ କରନ୍ତି.
ମାତ୍ର ଯାହା ମୁ ଆଶାକରିଥିଲି ସବୁଠି ମତେ ଭଗବାନ ନିରାଶ କଲେ. ହଉ ତାକୁ ବି ମୁ ଜୀବନର ଆଶୀର୍ବାଦ ଭାବେ ଗ୍ରହଣ କରୁଛି. ମଣିଷକୁ ସବୁକିଛି ମିଳେନା ମତେ ବି ମିଳିବନି...
ମନ ଭିତରେ କିଛି ଖାଲି ରହିଗଲା ଆଉ ସେଟା ଏମିତି ହିଁ ରହିବ ଶେଷଯାଇ... ଏଇଟା ବୋଧେ ମୋର ଶାସ୍ତି ଆଉ ସେଥିପାଇଁ ଦୁଃଖ ନାହିଁ
ମଥୁରାର ପ୍ରେମାନନ୍ଦ ବାବା କହିଲା ପରି ମଣିଷ କଣ ଆଣିଥିଲା ଯେ ସେଥିପାଇଁ ଦୁଃଖ କରିବ. ସବୁ ତ ମାୟା ତ ସେଇ ଅନଂତକୋଟି ବ୍ରହ୍ମାଣ୍ଡନାୟକ ପ୍ରଭୁଙ୍କ ସୃଷ୍ଟି ଆଉ କ୍ଷଣିକ ଜୀବନରେ ସୁଖ ଆଉ ଦୁଃଖ ସବୁ ମନର ଗୋଟେ ସ୍ଥିତିମାତ୍ର.
ଜୀବନ ଗୋଟିଏ ମୋଡ ନବାକୁ ଯାଉଛି ଏଟା ମୁ ଏବେ ବୁଝିପାରୁଛି. ଆଉ ତାର ସମସ୍ତ ଅହେତୁକ ଆଉ ଆଶ୍ଚର୍ଯ୍ୟ ପାଇଁ ମୁ ପ୍ରସ୍ତୁତ...