Wednesday, August 19, 2026

ଅଭିଜ୍ଞତାର କୌଣସି ବିକଳ୍ପ ନାହିଁ...

ନମସ୍କାର ସମସ୍ତଙ୍କୁ,

ଆଜି ମୁଁ  ଏକ ଛୋଟ କିନ୍ତୁ ଖୁବ ଶିକ୍ଷାପ୍ରଦ ଅନୁଭବ କଥା ବର୍ଣନା କରୁଛି 

ଗତ ରବିବାର ଖରାବେଳ ପ୍ରାୟ ୧ଟା ବେଳେ ମୁଁ ଏକ ଟୁରରୁ ଘରକୁ ଫେରିଥିଲି। ଘରକୁ ଆସି ଦେଖିଲି ମୋ ପୁଅ ଡୁଗୁ ମଧ୍ୟାହ୍ନ ଭୋଜନ କରୁଛି। ସେଦିନ ଟେବୁଲ ଉପରେ ଭାତ, ମାଛ ଝୋଳ, ସାଲାଡ୍ ଏବଂ ଦୁଇ ଖଣ୍ଡ ଭଜା ମାଛ ଥିଲା

ହଠାତ୍, କେବଳ ପାଞ୍ଚ ମିନିଟ୍ ପରେ, ଡୁଗୁ ଚିତ୍କାର କରି ଉଠିଲା। ଗୋଟେ ମାଛ କଣ୍ଟା ତାର ଗଳାରେ ଅଟକି ଯାଇଥିଲା। ଆମେ ପାଣି ପିଆଇଲୁ, ଗରମ ଭାତଗୁଣ୍ଡା ଗିଳାଇଲୁ ଏବଂ ଘରୋଇ ଉପାୟରେ ସମାଧାନ କରିବାକୁ ଚେଷ୍ଟା କଲୁ। କିଛି ସମୟ ପାଇଁ ବେଦନା କମିଯାଇଥିବା ଭଳି ଲାଗିଲା। 

ଡୁଗୁ ରାଗରେ ମାଛ ଖାଇବା ବନ୍ଦ କରିଦେଲା ଏବଂ କହିଲା, "ମୁଁ ଆଉ କେବେ ବି ମାଛ ଖାଇବି ନାହିଁ।"

ସନ୍ଧ୍ୟା ପର୍ଯ୍ୟନ୍ତ ସବୁ ଠିକ୍ ଲାଗୁଥିଲା। ମାତ୍ର ପିଜା ଖାଉଥିବା ବେଳେ ଡୁଗୁ ପୁଣି କାନ୍ଦିବା ଆରମ୍ଭ କଲା। 

ମୁଁ ଜାଣିଲି ଯେ ଦୁପରେ ମୋ ସ୍ତ୍ରୀ ତାକୁ ନେଇ କବିତା ଅର୍ଥୋ ହସ୍ପିଟାଲକୁ ଯାଇଥିଲା , ଯେଉଁଠାରେ କିଛି ଔଷଧ ଦେଇ ବିଶ୍ରାମ କରିବାକୁ କହାଯାଇଥିଲା। କିନ୍ତୁ ସମସ୍ୟାର ସମାଧାନ ହେଇ ନଥିଲା 

ପରେ ଆମେ ଆଉଥରେ ସେଠିକି ଗଲୁ ମାତ୍ର ଡାକ୍ତର ନଥିଲେ, ସେଠାରେ ଥିବା ଆସିଷ୍ଟାଣ୍ଟ ଜଣକ ଆମକୁ RELA  Hospital ରେ ENT ବିଶେଷଜ୍ଞ ଦେଖେଇବାକୁ ପରାମର୍ଶ ଦେଲେ ଆଉ କହିଲେ ନ ହେଲେ AGS Hospital  ଯାଆନ୍ତୁ. ଡୁଗୁର pain ବଢ଼ୁଥିଲା ଏବଂ ମୁଁ ଆଉ ଅପେକ୍ଷା କରିପାରୁ ନଥିଲି

ସେତେବେଳେ ମୁଁ ଫୋନରେ ଖୋଜି ଜଣେ ଅଭିଜ୍ଞ ENT ଡାକ୍ତର, Dr. Mathewଙ୍କ ବିଷୟରେ ଜାଣିଲି। ଆମେ ତାଙ୍କ କ୍ଲିନିକକୁ ଗଲୁ। ସାଧାରଣ ପରିବେଶ, ଖାଲି ୱେଟିଂ ଏରିଆ, କୌଣସି ଚମକଦାର ବ୍ୟବସ୍ଥା ନଥିଲା। ସତ କହିବି, ମୋ ସ୍ତ୍ରୀ ଓ ପୁଅ ଦୁହେଁ ମୋର ନିଷ୍ପତ୍ତିକୁ ନେଇ ସନ୍ଦେହରେ ଥିଲେ।

କିନ୍ତୁ କିଛି ମିନିଟ୍ ପରେ ଆମର ପାଳି ଆସିଲା।

ଡାକ୍ତର ଡୁଗୁର ଗଳା ଦେଖିଲେ ଆଉ କେବଳ କିଛି ସେକେଣ୍ଡ ମଧ୍ୟରେ ସେ କଣ୍ଟାଟି ଚିହ୍ନଟ କରିଦେଲେ

ଆଉ ତାପରେ ଡୁଗୁକୁ କୁଳି କରିବାକୁ କହିଲେ ଆଉ କଣ୍ଟାଟି ବାହାରି ଆସିଲା 

ଡୁଗୁର ମୁହଁରେ ହସ ଫେରିଆସିଲା,ତାର pain ହଠାତ୍ ଗାୟବ ହୋଇଗଲା, ଆଉ ମୋ ମନରୁ ମଧ୍ୟ ଏକ ବଡ଼ ଭାର ହଟିଗଲା

ସେହି ଦିନ ମୁଁ ଏକ ମୂଲ୍ୟବାନ ଶିକ୍ଷା ପାଇଥିଲି

ଆଜିକାଲି ଆମେ ଅନେକ ସମୟରେ ବଡ଼ ହସ୍ପିଟାଲ, ବଡ଼ ବ୍ରାଣ୍ଡ ଏବଂ ଅନେକ ପରୀକ୍ଷାକୁ ଭରସା କରୁ। କିନ୍ତୁ କେତେକ ପରିସ୍ଥିତିରେ, ବର୍ଷର ବର୍ଷ ଅଭିଜ୍ଞତା ଥିବା ଜଣେ ବିଶେଷଜ୍ଞ ଯାହା କିଛି ମିନିଟ୍‌ରେ କରିପାରନ୍ତି, ସେଥିପାଇଁ ବହୁତ ସୁବିଧା ଏବଂ ବଡ଼ ବ୍ୟବସ୍ଥା ମଧ୍ୟ ଅସମର୍ଥ ହୋଇପାରେ।

ଏହି ଘଟଣା ମୋତେ ଦୁଇଟି କଥା ଶିଖାଇଲା:

ପ୍ରଥମତଃ, ସଙ୍କଟ ସମୟରେ ଧୈର୍ଯ୍ୟ ହରାଇବା ଉଚିତ୍ ନୁହେଁ

ଦ୍ୱିତୀୟତଃ, ବଡ଼ ନାମ ନୁହେଁ, ଠିକ୍ ଲୋକଙ୍କ ଅଭିଜ୍ଞତା ଓ ଦକ୍ଷତା ହିଁ ପ୍ରକୃତ ସମାଧାନ ଦେଇଥାଏ

ଗୋଟିଏ ଲଲାଇନ ରେ କହିବାକୁ ଗଲେ - "ଅଭିଜ୍ଞତାର କୌଣସି ବିକଳ୍ପ ନାହିଁ, ବଡ଼ ବ୍ରାଣ୍ଡ ବିଶ୍ୱାସ ଦେଇପାରେ, କିନ୍ତୁ ଅଭିଜ୍ଞତା ସମାଧାନ ଦେଇଥାଏ।" 

No comments:

Post a Comment