ନିଜ ସ୍ୱପ୍ନକୁ ତ୍ୟାଗ କରି ମୋ ସ୍ୱପ୍ନକୁ ଡେଣା ଦେଇଥିବା, ନିଜ ସୁଖକୁ ଉତ୍ସର୍ଗ କରି ମୋ ଜୀବନକୁ ଆଲୋକିତ କରିଥିବା ପରମ ପୂଜ୍ୟ ମା' ଓ ବାପାଙ୍କ ଚରଣରେ ମୋର ଅକୁଣ୍ଠିତ ଶ୍ରଦ୍ଧା ଓ ପ୍ରଣାମ। 🙏 To my beloved parents, who sacrificed their dreams to nurture mine and dedicated their happiness to brighten my life's journey, I offer my deepest respect, gratitude, and heartfelt pranam.
Wednesday, May 27, 2026
Tuesday, May 12, 2026
ଚଣାଚକୁଳି ଆଉ ମୁଁ ...
ପିଲାଦିନର ସାଙ୍ଗ
ବହୁତ ଦିନ ପରେ କାଲି ତାରକକୁ ଫୋନ କରିଥିଲି ..
ତାରକ ମୋ ପିଲା ବେଳର ସ୍କୂଲ ସାଙ୍ଗ, ମିସିକି ଆମେ ଷଷ୍ଠ ଠୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପୋଲସରାରେ ଗୋପବନ୍ଧୁ ହାଇସ୍କୂଲରେ ଥିଲୁ. ଆମ ଶ୍ରେଣୀରେ ଥିଲେ ତ ବହୁତ ପିଲା ମାତ୍ର ସମୟଚକ୍ରରେ ସମସ୍ତେ କିଏ କୁଆଡେ ଗଲେ ଖୋଜିଲେ ମିଳିବେ...
ଆମ ଘରସବୁ ପାଖାପାଖି ଥିଲା ଆଉ ସ୍କୂଲ ବି ପାଖରେ ଥିଲା .. ସ୍କୂଲର ଘଣ୍ଟ ବାଜିଲେ ଘରକୁ ଶୁଭୁଥିଲା ଆଉ ଆମେ ଦି ଭାଇ ଦୌଡ଼ି ଦୌଡ଼ି ଯାଉଥିଲୁ ... ସେ ସମୟଗୁଡା ଭାରି ମଜାଳିଆ ଥିଲା ନା
ଆଜିର ବ୍ୟସ୍ତତମ ଜୀବନରୁ ଗୋଟାଏ ମୁହୂର୍ତ ବାହାରକରି ସେ ସମୟ ଗୁଡାକୁ ଭାବିବାକୁ ବି କାହାର ବେଳ ନାହିଁ ..
ମଣିଷ ଯେବେ ଅତୀତକୁ ମନେପକାଏ ଆଉ ସ୍ୱତନ୍ତ୍ରଭାବେ ଯେତେବେଳେ ସହପାଠୀ କଥା ସେତେବେଳେ ସେ ଜାଣିବାକୁ ଇଛାକରେ ଅମୁକ ପିଲା କଣ କରୁଛି ସେ ଅମୁକ ସାଙ୍ଗ ଜୀବନରେ କଣ କରୁଛି ମାତ୍ର ସେ କେବେ ବି ଜାଣିବାକୁ ଚାହେଁନା ଯେ ସେ କେମିତି ଅଛି, ଦୁଃଖରେ ନ ସୁଖରେ
ତାରକାକୁ ପଚାରିବୁଝିଲି ଯେ କିଏ କେମିତି ଅଛି, ସେ କହିବାରେ
- ମୋର ଘନିଷ୍ଠ ସାଙ୍ଗ ନିରଞ୍ଜନ ସାହୁ ଆରପାରିକି ଚାଲିଯାଇଛି .. ବହୁତ ମନେପଡେ ସେ .. ପତଳା ଲମ୍ବା ଶରୀର ତାର.. ବହୁତ ବଢିଆ ବୋଲିଂ କରେ ସେ .. ସବୁ ବେଳେ ମତେ ହସାଉଥିଲା ମତେ ସେ .. ଭାରି ସହନଶୀଳ ଆଉ ଗମ୍ଭୀର ପ୍ରକୃତିର ପିଲାଟିଏ ନିରଞ୍ଜନ. ବହୁତ ମିଷ୍ଟଭାଷୀ ଆଉ ମିସାଣିଆ ବି. ଶୁଣିଥିଲି ତାର ମା ନ ଥିଲା .. ମାଅଛେଉଣ୍ଡ ପିଲାଟି ବାପାକୁ ତାର ବହୁତ ଭଲ ପାଉଥିଲା, ପରେ ଜାଣିଲି ଯେ ତା ବାପା ଆଉ ଗୋଟେ ମା ଆଣିଲେ ତା ପାଇଁ ଆଉ ସେଇ ଦିନଠୁ ତାର ଖରାପ ସମୟ ଆରମ୍ଭ ହେଇଥିଲା ... ପରକଥା ଭଲକି ଜାଣିନି ସେଥିପାଇଁ ଟିପ୍ପଣି କରିବା ଠିକ ହବନି .. ସେ ଯାହା ବି ନିରଞ୍ଜନ ଚାଲିଗଲା ବୋଲି ବହୁତ ଦିନ ପରେ ମୁ ଜାଣିଲି .. ଭଗବାନ ତାର ଆତ୍ମାକୁ ଶାନ୍ତି ଦିଅନ୍ତୁ
- ମୋର ଆଉଗୋଟେ ସାଙ୍ଗ ସିମାଞ୍ଚଳ ପ୍ରଧାନ ପାଲଟିଯାଇଛି - ନେତା, କୁଜି ନୁହେଁ ବଡ ନେତା ବା
- ଅକ୍ଷୟ - ନିମ୍ନମାଧ୍ୟମିକ ଶିକ୍ଷକ
- ସୁଭାଷ - ନିମ୍ନମାଧ୍ୟମିକ ଶିକ୍ଷକ
- ଗୋଦାବରୀଶ - ଆଇଟି ଇଞ୍ଜିନିଅର
- ନିଜେ ତାରକ ପାତ୍ର - ବ୍ୟବସାୟୀ ମାନେ ତା ବାପାଙ୍କ ତେଜରାତି ଦୋକାନ
- ଦଣ୍ଡପାଣି - ଟିକେ ମାନସିକ ଭାରସାମ୍ୟ ହରେଇ ଦେଇଛି ପିଲାଟା
- ମନୋଜ ଖଟୁଆ - ସରକାରୀ ଠେକା ନଉଛି (କାମ କରିବା ପାଇଁ)
- ସୁଶାନ୍ତ ସୁବୁଦ୍ଧି - ପିଲାଟା ମଣିଷ ହେଲାନି - ସୁରାଟ ସୂତାକଳରେ କାମ କରୁଛି
