Tuesday, May 12, 2026

ଚଣାଚକୁଳି ଆଉ ମୁଁ ...

8.30 ହେଇଗଲାଣି ଆଉ ସେ ଘରକାମ କରୁଥିବା ଚାକରାଣୀ ତା ଏ ଯାଇଁ ଆସିନି . 
କଣ କରିବ ଯେ ମଣିଷ, ଶଳା ବାଥରୁମ କୁ ଯାଇଥିବା କି ନାଇଁ ସେ ବେଲ ମାରିବ, 
ନା ଯାଈ ହବ ନ ରହିହବ, ଏମିତି ଭାବୁ ଭାବୁ ମହାରାଣୀ ଆସିଲା ...

ମୁ ଏପଟେ ଚଣା ତରକାରୀଟା  ବସେଇକି  ସିଟି ବାଜିବାକୁ ଅପେକ୍ଷା କରିଛି, 
କାଲି ରାତିରେ ଟିକେ ଚକୁଳି ବଟା ବି କିଣି ଆଣିଛି. ଭାତ ଟିକେ ବି ବସେଇଦେଇଛି ଗ୍ୟାସ ରେ. ଅଳ୍ପ ସମୟଭିତରେ ସିଟି ବି ବାଜିଗଲା ଔର ଭାତ ଟା ବି ଗାଳିଦେଲି 
.
.
.
ମହାରାଣୀ କୁ ଟିକେ ଚାହା ବି କରିକି ଦେଲି ବିସ୍କୁଟ ସାଙ୍ଗରେ 
ହଲି ହଲି ଝାଡୁ ମାରିଲା ଆଉ  ତାପରେ ବାସନା ଗଣ୍ଡାକ ମାଜିଲା ପରେ କହିଲା ଯେ ଆଜି ସେ  ଘରଟା ବି ପୋଛିବ. 4ଦିନ ପରେ ପୋଛା ମାରିବ କହିଲାରୁ ମୁ ବି କହିଲି ହଉ 

ମାତ୍ର ଟାଇମ ବା ହେଲାଣି 9.20 ଅଫିସ ରଟାଇମ  ମୋର  9.45 ରୁ ଆରମ୍ଭ .... ଶଳା  ଆଜି ବି ଲେଟ ହବ.

ମାତ୍ର 4ଟା ଚକୁଳି କୁ ଚଣା ତରକାରୀଟା ବି କଣ ଛାଡି ହଉଛି,
ଯାହା ହବ ଦେଖାଯିବ କହି ମୁଁ ଚଣାଚକୁଳି ଉପରେ ଧ୍ୟାନ ଦେଲି ... 


No comments:

Post a Comment

ଚଣାଚକୁଳି ଆଉ ମୁଁ ...

8.30 ହେଇଗଲାଣି ଆଉ ସେ ଘରକାମ କରୁଥିବା ଚାକରାଣୀ ତା ଏ ଯାଇଁ ଆସିନି .  କଣ କରିବ ଯେ ମଣିଷ, ଶଳା ବାଥରୁମ କୁ ଯାଇଥିବା କି ନାଇଁ ସେ ବେଲ ମାରିବ,  ନା ଯାଈ ହବ ନ ରହିହବ...