Tuesday, May 12, 2026

ପିଲାଦିନର ସାଙ୍ଗ

ବହୁତ ଦିନ ପରେ କାଲି ତାରକକୁ ଫୋନ କରିଥିଲି ..

ତାରକ ମୋ ପିଲା ବେଳର ସ୍କୂଲ ସାଙ୍ଗ, ମିସିକି ଆମେ ଷଷ୍ଠ ଠୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପୋଲସରାରେ ଗୋପବନ୍ଧୁ ହାଇସ୍କୂଲରେ ଥିଲୁ. ଆମ ଶ୍ରେଣୀରେ ଥିଲେ ତ ବହୁତ ପିଲା ମାତ୍ର ସମୟଚକ୍ରରେ ସମସ୍ତେ କିଏ କୁଆଡେ ଗଲେ ଖୋଜିଲେ ମିଳିବେ...

ଆମ ଘରସବୁ ପାଖାପାଖି ଥିଲା ଆଉ ସ୍କୂଲ ବି ପାଖରେ ଥିଲା .. ସ୍କୂଲର ଘଣ୍ଟ ବାଜିଲେ ଘରକୁ ଶୁଭୁଥିଲା ଆଉ ଆମେ ଦି ଭାଇ ଦୌଡ଼ି ଦୌଡ଼ି ଯାଉଥିଲୁ ... ସେ ସମୟଗୁଡା ଭାରି ମଜାଳିଆ ଥିଲା ନା 

ଆଜିର ବ୍ୟସ୍ତତମ ଜୀବନରୁ ଗୋଟାଏ ମୁହୂର୍ତ ବାହାରକରି ସେ ସମୟ ଗୁଡାକୁ ଭାବିବାକୁ ବି କାହାର ବେଳ ନାହିଁ .. 

ମଣିଷ ଯେବେ ଅତୀତକୁ ମନେପକାଏ ଆଉ ସ୍ୱତନ୍ତ୍ରଭାବେ ଯେତେବେଳେ ସହପାଠୀ କଥା ସେତେବେଳେ ସେ ଜାଣିବାକୁ ଇଛାକରେ ଅମୁକ ପିଲା କଣ କରୁଛି ସେ ଅମୁକ ସାଙ୍ଗ ଜୀବନରେ କଣ କରୁଛି ମାତ୍ର ସେ କେବେ ବି ଜାଣିବାକୁ ଚାହେଁନା ଯେ ସେ କେମିତି ଅଛି, ଦୁଃଖରେ ନ ସୁଖରେ  

ତାରକାକୁ ପଚାରିବୁଝିଲି ଯେ କିଏ କେମିତି ଅଛି, ସେ କହିବାରେ  

  • ମୋର ଘନିଷ୍ଠ ସାଙ୍ଗ ନିରଞ୍ଜନ ସାହୁ ଆରପାରିକି ଚାଲିଯାଇଛି .. ବହୁତ ମନେପଡେ ସେ .. ପତଳା ଲମ୍ବା ଶରୀର ତାର.. ବହୁତ ବଢିଆ ବୋଲିଂ କରେ ସେ .. ସବୁ ବେଳେ ମତେ ହସାଉଥିଲା ମତେ ସେ .. ଭାରି ସହନଶୀଳ ଆଉ ଗମ୍ଭୀର ପ୍ରକୃତିର ପିଲାଟିଏ ନିରଞ୍ଜନ. ବହୁତ ମିଷ୍ଟଭାଷୀ ଆଉ ମିସାଣିଆ ବି. ଶୁଣିଥିଲି ତାର ମା ନ ଥିଲା ..  ମାଅଛେଉଣ୍ଡ ପିଲାଟି ବାପାକୁ ତାର ବହୁତ ଭଲ ପାଉଥିଲା, ପରେ ଜାଣିଲି ଯେ ତା ବାପା ଆଉ ଗୋଟେ ମା ଆଣିଲେ ତା ପାଇଁ ଆଉ ସେଇ ଦିନଠୁ ତାର ଖରାପ ସମୟ ଆରମ୍ଭ ହେଇଥିଲା ... ପରକଥା ଭଲକି ଜାଣିନି ସେଥିପାଇଁ ଟିପ୍ପଣି କରିବା ଠିକ ହବନି .. ସେ ଯାହା ବି ନିରଞ୍ଜନ ଚାଲିଗଲା ବୋଲି ବହୁତ ଦିନ ପରେ ମୁ ଜାଣିଲି .. ଭଗବାନ ତାର ଆତ୍ମାକୁ ଶାନ୍ତି ଦିଅନ୍ତୁ 
  • ମୋର ଆଉଗୋଟେ ସାଙ୍ଗ ସିମାଞ୍ଚଳ ପ୍ରଧାନ ପାଲଟିଯାଇଛି - ନେତା, କୁଜି ନୁହେଁ ବଡ ନେତା ବା 
  • ଅକ୍ଷୟ - ନିମ୍ନମାଧ୍ୟମିକ ଶିକ୍ଷକ 
  • ସୁଭାଷ - ନିମ୍ନମାଧ୍ୟମିକ ଶିକ୍ଷକ
  • ଗୋଦାବରୀଶ - ଆଇଟି ଇଞ୍ଜିନିଅର
  • ନିଜେ ତାରକ ପାତ୍ର - ବ୍ୟବସାୟୀ ମାନେ ତା ବାପାଙ୍କ ତେଜରାତି ଦୋକାନ 
  • ଦଣ୍ଡପାଣି - ଟିକେ ମାନସିକ ଭାରସାମ୍ୟ ହରେଇ ଦେଇଛି ପିଲାଟା 
  • ମନୋଜ ଖଟୁଆ - ସରକାରୀ ଠେକା ନଉଛି (କାମ କରିବା ପାଇଁ)
  • ସୁଶାନ୍ତ ସୁବୁଦ୍ଧି - ପିଲାଟା ମଣିଷ ହେଲାନି - ସୁରାଟ ସୂତାକଳରେ କାମ କରୁଛି 
    ଆମ ସ୍କୁଲରେ ଝିଅ ନ ଥିଲେ ସେଥିପାଇଁ ସେ କଥା ନ ପଚାରିଲେ ଭଲ. 

ଆଜିର ସମୟରେ ପିଲାଦିନର ସାଙ୍ଗସାଥୀଙ୍କୁ ମନେପକେଇବାକୁ କାହା ପାଖରେ ସମୟ କି କାରଣ ବି ନାହିଁ. ମାତ୍ର ସେ ଦିନଗୁଡା ମନେପଡିଲେ ମୁହଁରେ ହସ ଖେଳିଯାଏ ଆଉ କିଛି ମୁହୂର୍ତପାଇଁ ମନଖୋଜେ ସେମିତି ଟିକେ ସମୟ ପାଇଁ ... 

No comments:

Post a Comment

ଚଣାଚକୁଳି ଆଉ ମୁଁ ...

8.30 ହେଇଗଲାଣି ଆଉ ସେ ଘରକାମ କରୁଥିବା ଚାକରାଣୀ ତା ଏ ଯାଇଁ ଆସିନି .  କଣ କରିବ ଯେ ମଣିଷ, ଶଳା ବାଥରୁମ କୁ ଯାଇଥିବା କି ନାଇଁ ସେ ବେଲ ମାରିବ,  ନା ଯାଈ ହବ ନ ରହିହବ...