Wednesday, August 19, 2026

ଅଭିଜ୍ଞତାର କୌଣସି ବିକଳ୍ପ ନାହିଁ...

ନମସ୍କାର ସମସ୍ତଙ୍କୁ,

ଆଜି ମୁଁ  ଏକ ଛୋଟ କିନ୍ତୁ ଖୁବ ଶିକ୍ଷାପ୍ରଦ ଅନୁଭବ କଥା ବର୍ଣନା କରୁଛି 

ଗତ ରବିବାର ଖରାବେଳ ପ୍ରାୟ ୧ଟା ବେଳେ ମୁଁ ଏକ ଟୁରରୁ ଘରକୁ ଫେରିଥିଲି। ଘରକୁ ଆସି ଦେଖିଲି ମୋ ପୁଅ ଡୁଗୁ ମଧ୍ୟାହ୍ନ ଭୋଜନ କରୁଛି। ସେଦିନ ଟେବୁଲ ଉପରେ ଭାତ, ମାଛ ଝୋଳ, ସାଲାଡ୍ ଏବଂ ଦୁଇ ଖଣ୍ଡ ଭଜା ମାଛ ଥିଲା

ହଠାତ୍, କେବଳ ପାଞ୍ଚ ମିନିଟ୍ ପରେ, ଡୁଗୁ ଚିତ୍କାର କରି ଉଠିଲା। ଗୋଟେ ମାଛ କଣ୍ଟା ତାର ଗଳାରେ ଅଟକି ଯାଇଥିଲା। ଆମେ ପାଣି ପିଆଇଲୁ, ଗରମ ଭାତଗୁଣ୍ଡା ଗିଳାଇଲୁ ଏବଂ ଘରୋଇ ଉପାୟରେ ସମାଧାନ କରିବାକୁ ଚେଷ୍ଟା କଲୁ। କିଛି ସମୟ ପାଇଁ ବେଦନା କମିଯାଇଥିବା ଭଳି ଲାଗିଲା। 

ଡୁଗୁ ରାଗରେ ମାଛ ଖାଇବା ବନ୍ଦ କରିଦେଲା ଏବଂ କହିଲା, "ମୁଁ ଆଉ କେବେ ବି ମାଛ ଖାଇବି ନାହିଁ।"

ସନ୍ଧ୍ୟା ପର୍ଯ୍ୟନ୍ତ ସବୁ ଠିକ୍ ଲାଗୁଥିଲା। ମାତ୍ର ପିଜା ଖାଉଥିବା ବେଳେ ଡୁଗୁ ପୁଣି କାନ୍ଦିବା ଆରମ୍ଭ କଲା। 

ମୁଁ ଜାଣିଲି ଯେ ଦୁପରେ ମୋ ସ୍ତ୍ରୀ ତାକୁ ନେଇ କବିତା ଅର୍ଥୋ ହସ୍ପିଟାଲକୁ ଯାଇଥିଲା , ଯେଉଁଠାରେ କିଛି ଔଷଧ ଦେଇ ବିଶ୍ରାମ କରିବାକୁ କହାଯାଇଥିଲା। କିନ୍ତୁ ସମସ୍ୟାର ସମାଧାନ ହେଇ ନଥିଲା 

ପରେ ଆମେ ଆଉଥରେ ସେଠିକି ଗଲୁ ମାତ୍ର ଡାକ୍ତର ନଥିଲେ, ସେଠାରେ ଥିବା ଆସିଷ୍ଟାଣ୍ଟ ଜଣକ ଆମକୁ RELA  Hospital ରେ ENT ବିଶେଷଜ୍ଞ ଦେଖେଇବାକୁ ପରାମର୍ଶ ଦେଲେ ଆଉ କହିଲେ ନ ହେଲେ AGS Hospital  ଯାଆନ୍ତୁ. ଡୁଗୁର pain ବଢ଼ୁଥିଲା ଏବଂ ମୁଁ ଆଉ ଅପେକ୍ଷା କରିପାରୁ ନଥିଲି

ସେତେବେଳେ ମୁଁ ଫୋନରେ ଖୋଜି ଜଣେ ଅଭିଜ୍ଞ ENT ଡାକ୍ତର, Dr. Mathewଙ୍କ ବିଷୟରେ ଜାଣିଲି। ଆମେ ତାଙ୍କ କ୍ଲିନିକକୁ ଗଲୁ। ସାଧାରଣ ପରିବେଶ, ଖାଲି ୱେଟିଂ ଏରିଆ, କୌଣସି ଚମକଦାର ବ୍ୟବସ୍ଥା ନଥିଲା। ସତ କହିବି, ମୋ ସ୍ତ୍ରୀ ଓ ପୁଅ ଦୁହେଁ ମୋର ନିଷ୍ପତ୍ତିକୁ ନେଇ ସନ୍ଦେହରେ ଥିଲେ।

କିନ୍ତୁ କିଛି ମିନିଟ୍ ପରେ ଆମର ପାଳି ଆସିଲା।

ଡାକ୍ତର ଡୁଗୁର ଗଳା ଦେଖିଲେ ଆଉ କେବଳ କିଛି ସେକେଣ୍ଡ ମଧ୍ୟରେ ସେ କଣ୍ଟାଟି ଚିହ୍ନଟ କରିଦେଲେ

ଆଉ ତାପରେ ଡୁଗୁକୁ କୁଳି କରିବାକୁ କହିଲେ ଆଉ କଣ୍ଟାଟି ବାହାରି ଆସିଲା 

ଡୁଗୁର ମୁହଁରେ ହସ ଫେରିଆସିଲା,ତାର pain ହଠାତ୍ ଗାୟବ ହୋଇଗଲା, ଆଉ ମୋ ମନରୁ ମଧ୍ୟ ଏକ ବଡ଼ ଭାର ହଟିଗଲା

ସେହି ଦିନ ମୁଁ ଏକ ମୂଲ୍ୟବାନ ଶିକ୍ଷା ପାଇଥିଲି

ଆଜିକାଲି ଆମେ ଅନେକ ସମୟରେ ବଡ଼ ହସ୍ପିଟାଲ, ବଡ଼ ବ୍ରାଣ୍ଡ ଏବଂ ଅନେକ ପରୀକ୍ଷାକୁ ଭରସା କରୁ। କିନ୍ତୁ କେତେକ ପରିସ୍ଥିତିରେ, ବର୍ଷର ବର୍ଷ ଅଭିଜ୍ଞତା ଥିବା ଜଣେ ବିଶେଷଜ୍ଞ ଯାହା କିଛି ମିନିଟ୍‌ରେ କରିପାରନ୍ତି, ସେଥିପାଇଁ ବହୁତ ସୁବିଧା ଏବଂ ବଡ଼ ବ୍ୟବସ୍ଥା ମଧ୍ୟ ଅସମର୍ଥ ହୋଇପାରେ।

ଏହି ଘଟଣା ମୋତେ ଦୁଇଟି କଥା ଶିଖାଇଲା:

ପ୍ରଥମତଃ, ସଙ୍କଟ ସମୟରେ ଧୈର୍ଯ୍ୟ ହରାଇବା ଉଚିତ୍ ନୁହେଁ

ଦ୍ୱିତୀୟତଃ, ବଡ଼ ନାମ ନୁହେଁ, ଠିକ୍ ଲୋକଙ୍କ ଅଭିଜ୍ଞତା ଓ ଦକ୍ଷତା ହିଁ ପ୍ରକୃତ ସମାଧାନ ଦେଇଥାଏ

ଗୋଟିଏ ଲଲାଇନ ରେ କହିବାକୁ ଗଲେ - "ଅଭିଜ୍ଞତାର କୌଣସି ବିକଳ୍ପ ନାହିଁ, ବଡ଼ ବ୍ରାଣ୍ଡ ବିଶ୍ୱାସ ଦେଇପାରେ, କିନ୍ତୁ ଅଭିଜ୍ଞତା ସମାଧାନ ଦେଇଥାଏ।" 

Monday, August 17, 2026

ଅରୁଣାଚଳ ଡାକ..

ଅଫିସର କାନ୍ଥଘଣ୍ଟାରେ ସମୟ ପ୍ରାୟ ସାଢେ ଚାରିଟା। କାମର ବ୍ୟସ୍ତତା ଭିତରେ ହଠାତ୍ ମୋ ସହକର୍ମୀ ବନଜା ଆସି କହିଲା,

"ସାର୍, ଆମେ ଗୋଟିଏ ଟ୍ରିପ୍ ଆୟୋଜନ କରିଛୁ। ରାତିରେ ଅଫିସ ସାରି ବାହାରିବୁ ଆଉ ପରଦିନ ସନ୍ଧ୍ୟା ସୁଦ୍ଧା ଫେରି ଆସିଯିବୁ। ଆପଣ ଇଚ୍ଛା କଲେ ଆମ ସହ ଯାଇପାରିବେ।"

ମୁଁ ହସିହସି ପଚାରିଲି,

"ଆଚ୍ଛା, କୁଆଡେ ଯିବାର ଯୋଜନା କରିଛ?"

ମୋ କଥା ସରିବା ପୂର୍ବରୁ ଚାରିଜଣ ଏକ ସ୍ୱରରେ କହିଉଠିଲେ - "ତିରୁବନ୍ନାମଲାଇ !"

ନାଁଟି ଶୁଣି ମନ ଭିତରେ ଅନ୍ୟ ଏକ ଭାବ ଜାଗ୍ରତ ହେଲା। ତିରୁବନ୍ନାମଲାଇ କେବଳ ଏକ ପର୍ଯ୍ୟଟନ ସ୍ଥଳ ନୁହେଁ, ଏହା ଶିବଭକ୍ତମାନଙ୍କ ପାଇଁ ଏକ ଅଦ୍ଭୁତ ଆଧ୍ୟାତ୍ମିକ କ୍ଷେତ୍ର।

କିମ୍ବଦନ୍ତୀ ଅନୁସାରେ, ଥରେ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାହା ନେଇ ବିବାଦ ସୃଷ୍ଟି ହୋଇଥିଲା। ସେ ସମୟରେ ଭଗବାନ ଶିବ ଏକ ଅନନ୍ତ ଜ୍ୟୋତିସ୍ତମ୍ଭ ରୂପେ ପ୍ରକଟ ହେଲେ। ବ୍ରହ୍ମାଙ୍କୁ ତାହାର ଶୀର୍ଷ ଏବଂ ବିଷ୍ଣୁଙ୍କୁ ତାହାର ତଳ ଖୋଜିବା ପାଇଁ କୁହାଗଲା।

ବ୍ରହ୍ମା ହଂସ ରୂପ ଧାରଣ କରି ଉପରକୁ ଗଲେ, ବିଷ୍ଣୁ ବରାହ ରୂପ ନେଇ ତଳକୁ ଗଲେ। କିନ୍ତୁ କୋଟି କୋଟି ଯୋଜନ ଖୋଜିବା ପରେ ମଧ୍ୟ ସେମାନେ ନ ତାହାର ଆରମ୍ଭ ପାଇଲେ, ନ ଶେଷ।

ସେତେବେଳେ ସେମାନେ ଉପଲବ୍ଧି କଲେ ଯେ ଶିବ ହିଁ ପରମ ସତ୍ୟ, ଯାହାଙ୍କର ନାହିଁ ଆଦି, ନାହିଁ ଅନ୍ତ।

ଭକ୍ତମାନଙ୍କ କଳ୍ୟାଣ ପାଇଁ ଭଗବାନ ଶିବ ସେହି ଅନନ୍ତ ଜ୍ୟୋତିସ୍ତମ୍ଭକୁ ଶାନ୍ତ କରି ଅରୁଣାଚଳ ପର୍ବତ ରୂପରେ ସ୍ଥିର ହୋଇ ରହିଲେ। ସେଥିପାଇଁ ଭକ୍ତମାନେ ବିଶ୍ୱାସ କରନ୍ତି - "ଅରୁଣାଚଳ ପର୍ବତ ସ୍ୱୟଂ ଭଗବାନ ଶିବଙ୍କ ରୂପ"

ଏହି ପର୍ବତକୁ ପ୍ରଦକ୍ଷିଣା କରିବାକୁ ଗିରିବଳମ୍ କୁହାଯାଏ। ଭକ୍ତମାନଙ୍କ ବିଶ୍ୱାସ, ଏହି ପ୍ରଦକ୍ଷିଣା ସ୍ୱୟଂ ମହାଦେବଙ୍କୁ ପ୍ରଦକ୍ଷିଣା କରିବା ସମାନ। ପଥରେ ଥିବା ଅଷ୍ଟଲିଙ୍ଗଙ୍କ ଦର୍ଶନ ଜୀବନର ବିଭିନ୍ନ ବିଘ୍ନ ଦୂର କରେ ଏବଂ ମନକୁ ଶାନ୍ତି ଦେଇଥାଏ।

ଧାର୍ମିକ ବିଶ୍ୱାସ - ଗିରିବଳମ୍ ପଥରେ ଅବସ୍ଥିତ ଅଷ୍ଟ ଲିଙ୍ଗ (୮ଟି ଲିଙ୍ଗ) ଦର୍ଶନ କରିବାର ବିଶେଷ ମହତ୍ତ୍ୱ ରହିଛି:

  1. ଇନ୍ଦ୍ର ଲିଙ୍ଗ
  2. ଅଗ୍ନି ଲିଙ୍ଗ
  3. ଯମ ଲିଙ୍ଗ
  4. ନିରୃତି ଲିଙ୍ଗ
  5. ବରୁଣ ଲିଙ୍ଗ
  6. ବାୟୁ ଲିଙ୍ଗ
  7. କୁବେର ଲିଙ୍ଗ
  8. ଈଶାନ ଲିଙ୍ଗ

ଏହି ଲିଙ୍ଗମାନଙ୍କ ଦର୍ଶନ ଦ୍ୱାରା ଜୀବନର ବିଭିନ୍ନ ବାଧା ଦୂର ହୁଏ ଓ ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ କରାଯାଏ।

ବ୍ୟସ୍ତ ଜୀବନର ଅନବରତ ଦୌଡ଼ ଭିତରେ ହଠାତ୍ ଏପରି ଏକ ଭଗବତ୍ ଚିନ୍ତା ମନ ଭିତରକୁ ଆସିବା ମଧ୍ୟ ଏକ ବଡ଼ ସୌଭାଗ୍ୟ। ତେଣୁ ଆଉ ବିଳମ୍ବ ନ କରି ମୁଁ ମଧ୍ୟ ସଙ୍ଗେ ସଙ୍ଗେ ହଁ ଭରିଦେଲି।

୧୮ ଜୁଲାଇ, ସନ୍ଧ୍ୟା ୭ଟା।

ଗୋଟିଏ ମିନିବସରେ ଆମେ ବାରଜଣ ଯାତ୍ରା ଆରମ୍ଭ କଲୁ। ପ୍ରାୟ ସମଗ୍ର HR ଟିମ୍ ସହିତ କିଛି ଅନ୍ୟ ଅଫିସ ସାଥୀ ମଧ୍ୟ ଥିଲେ।

କିଛି ସମୟର ଯାତ୍ରା ପରେ kelambakkam ବସ୍ ଷ୍ଟାଣ୍ଡରେ ରାତ୍ରିଭୋଜନ ସାରିଲୁ। ବସ୍ ଭିତରେ ସାଙ୍ଗସାଥୀମାନେ ହସ, ଥଟ୍ଟା, ଗପ ଓ ଗୀତରେ ମଗ୍ନ ଥିଲେ।

ଆଉ ମୁଁ... ମନେ ମନେ କେବଳ ଜପ କରୁଥିଲି,

"ସାମ୍ବ ସଦାଶିବ... ସାମ୍ବ ସଦାଶିବ..."

କେତେବେଳେ ରାତି 2ଟା ବାଜିଗଲା ଆଉ ଆମେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲୁ, କିଛି ଜଣା ପଡ଼ିଲା ନାହିଁ।

---

ହାତମୁହଁ ଧୋଇ ସତେଜ ହୋଇ ଆମେ ବାହାରିଲୁ ଗିରିବଳମ୍ ପାଇଁ।

ଚଉଦ କିଲୋମିଟର ପଦଯାତ୍ରା କୌଣସି ସହଜ କଥା ନୁହେଁ। ତଥାପି ମୋର ଏକ ବିଶ୍ୱାସ ଥିଲା। ଯେହେତୁ ପ୍ରତିଦିନ ସକାଳେ ଅଳ୍ପ ବ୍ୟାୟାମ କରୁଥିଲି, ଭାବିଥିଲି ମୋତେ ବିଶେଷ ଅସୁବିଧା ହେବନାହିଁ।

ବରଂ ମୋର ସମସ୍ତ ଧ୍ୟାନ ଥିଲା ମୋ ସାଙ୍ଗ ତ୍ୟାଗରାଜନ ଓ ଯୁବରାଜଙ୍କ ଉପରେ। ମନେ ମନେ ଭାବୁଥିଲି, "ଏମାନେ ଚଉଦ କିଲୋମିଟର କେମିତି ଚାଲିବେ?"

କିନ୍ତୁ ଭଗବାନଙ୍କ ଲୀଳା ବୁଝିବ କିଏ!

ଇନ୍ଦ୍ର ଲିଙ୍ଗ ଓ ଅଗ୍ନି ଲିଙ୍ଗ ଦର୍ଶନ ପରେ ଯାହାର ବ୍ୟାଟେରୀ ସର୍ବପ୍ରଥମେ ଡାଉନ୍ ହେଲା, ସେ ଆଉ କେହି ନୁହେଁ... ମୁଁ ନିଜେ

ତାପରେ କେତେଥର ବସିଛି, କେତେଥର ଉଠିଛି, କେମିତି ପାଦ ଟାଣିଟାଣି ଆଗକୁ ବଢ଼ିଛି, ତାହା କେବଳ ମୁଁ ଆଉ ସେଇ ମହାଦେବ ଜାଣନ୍ତି.

ଆଉ ଯେଉଁ ଦୁଇଜଣଙ୍କୁ ନେଇ ମୁଁ ଚିନ୍ତା କରୁଥିଲି, ସେମାନେ ରାତି ଦୁଇଟାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଥରେ ମଧ୍ୟ ବସିଲେ ନାହିଁ ଆଉ ଏକମୁହାଁ ହୋଇ ଚାଲିଥିଲେ ଗିରିବଲ ପ୍ରଦକ୍ଷିଣାରେ ... ସତେ ଯେମିତି ନନ୍ଦୀ ଆଉ ଭୃଣଗି ଶିବଙ୍କ ପଛେ ପଛେ ...

--- 

ସିନ୍ଦୂରା ଫିଟୁଥିଲା ଆଉ ସମୟ ପ୍ରାୟ ସକାଳ ୬ଟା ୧୦ ମିନିଟ୍

ଈଶାନ ଲିଙ୍ଗ ଦର୍ଶନ ସାରି ଆମେ ତିନିଜଣ ମନ୍ଦିରର ମୁଖ୍ୟ ଗୋପୁରମ୍ ନିକଟରେ ପହଞ୍ଚିଲୁ. ଗୋଟିଏ ପ୍ରଣାମ କରି ମୁଁ ପାଖର ଦୋକାନ ବରାଣ୍ଡାରେ ବସିପଡ଼ିଲି।

ମୋ ଆଖି ଆଗରେ ଦଣ୍ଡାୟମାନ ଥିଲା ସେଇ ବିଶାଳ ଗୋପୁରମ୍

ସତେ ଯେମିତି ପୃଥିବୀରୁ ଆକାଶ ପର୍ଯ୍ୟନ୍ତ ଏକ ଦିବ୍ୟ ସେତୁ

ଲାଗୁଥିଲା ଯେମିତି ଦେବ, ଦାନବ, ଯକ୍ଷ, ଗନ୍ଧର୍ବ, ସିଦ୍ଧ, ସାଧୁ... ସମସ୍ତେ ସେହି ମହାଦେବଙ୍କ ଦର୍ଶନ ପାଇଁ ଅପେକ୍ଷାରତ

ଭକ୍ତମାନଙ୍କ ଭିଡ଼, ସକାଳର ସେଇ ଶାନ୍ତ ପରିବେଶ, ମନ୍ଦିର ପ୍ରାଙ୍ଗଣର ପବିତ୍ର ବାତାବରଣ ଏବଂ ଅରୁଣାଚଳଙ୍କ ଅଲୌକିକ ସାନ୍ନିଧ୍ୟ..  

ଏ ହାଡମାଂସର କାଙ୍ଗାଳ ମଣିଷକୁ ଆଉ କଣ ଲୋଡ଼ା 

ସେଠି ବସି ବସି ମୋ ସମସ୍ତ କ୍ଲାନ୍ତି କେଉଁଆଡେ ଦୂର ହେଇଗଲା ମୁ ବି ଜାଣିପାରିଲି ନାହିଁ 

ପକେଟରୁ ମୋବାଇଲ କାଢ଼ି ଗୋଟିଏ ଫଟୋ ଉଠାଇଲି



କିନ୍ତୁ ସେ ଫଟୋରେ ଧରା ପଡ଼ିଥିଲା କେବଳ ଗୋପୁରମ୍, ମନ ଭିତରେ ଯେଉଁ ଅନୁଭୂତି ଥିଲା, ତାହାକୁ କୌଣସି କ୍ୟାମେରା କେବେ ଧରିପାରିବ ନାହିଁ 

---

ଏତିକି ପ୍ରାର୍ଥନା ପାହାପ୍ରଭୂ - ଜୀବନ ଥିବା ପର୍ଯ୍ୟନ୍ତ ଏହିପରି ଭାବରେ ଆପଣଙ୍କ କୃପା, ଆଶୀର୍ବାଦ ସଦା ସର୍ବଦା ରହୁ. 

ନମଃ ପାର୍ବତୀପତୟେ ହର ହର ମହାଦେବ। 🙏🔱   

Tuesday, August 11, 2026

ହର ହର ମହାଦେବ !

କାଲି ଶ୍ରାବଣ ମାସ ର ଦ୍ଵିତୀୟ ସୋମବାର ଥିଲା

ଉତ୍ତର ଠୁ ଦକ୍ଷିଣ ଚାରିଆଡେ ଶିବ ମନ୍ଦିର ଭିଡ . କିଏ କାବଡ଼ରେ ପାଣି ବୋହି ଆଣୁଥିଲା ତ କିଏ ଫୁଲ ବେଲପତ୍ର ସଜାଡୁ ଥିଲା , ସମସ୍ତେ ବ୍ୟସ୍ତ ଯୋଗାଡ଼ରେ ... ସେ ଶିବଶଙ୍କର - ଭଷ୍ମ ବୋଳିହେଇ - ପରମଯୋଗୀ ସେ. ସମସ୍ତଙ୍କ ମନକଥା ଜାଣି ବୁଝି ବିଚାର କରନ୍ତି ସେ ... 

ଅଫିସ ଯିବା ବେଳ ହେଇଯାଉଥିଲା ଆଉ ମୁଁ ବି ବ୍ୟସ୍ତରେ ଚାଲିଯାଇଥିଲି - ଉପାସରେ
ଆଉ ଏ ମୋର ଉପାସ ବ୍ରତ କିଛି ପାଇବା ପାଇଁ ନୁହେଁ କି କିଛି ମାନସିକ ବି ନୁହେଁ, ଗୋଟେ ସମର୍ପଣ ଆଉ ନିଷ୍ଠା  

ମାଗିଲେ କୁଆଡେ ଭଗବାନ ଦେଇ ଦିଅନ୍ତି 
ମାତ୍ର କଣ ବା ମାଗିବି ମୁଁ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥଙ୍କୁ 
ଯାହା ଅଛି ମୁଁ ସେତିକିରେ ସନ୍ତୁଷ୍ଟ ପ୍ରଭୁ ...  

ମୋର ସେ ପ୍ରଭୁତା କି ଶକ୍ତି ନାହିଁ କିଛି ଦେବାକୁ ଆପଣଙ୍କୁ.. 
ମୋ ସମର୍ପଣ ଭାବ ଆଉ ମୋ ଭକ୍ତି ଶ୍ରଦ୍ଧା ଛଡା ମୋ ପାଖରେ କିଛି ନାହିଁ ପ୍ରଭୁ 
ଏମିତି ଭାବି ଭାବି ଆଉ ସେଇ ପ୍ରଭୁଙ୍କ ନାମ ଜପି ଜପି ମୁ ଅଫିସ ପହଂଚିଗଲି ...

ହର ହର ମହାଦେବ 

Tuesday, August 04, 2026

POSH CASE - Abraham Mathai Judgment: A Critical POSH Lesson for HR and ICC Members

The Kerala High Court's judgment in Abraham Mathai v. State of Kerala (December 2024) serves as an important reminder that compliance with the POSH Act is not only about protecting employees but also about ensuring procedural fairness and natural justice.

In this case, a POSH inquiry was initiated based on an anonymous complaint alleging sexual harassment. During the proceedings, the alleged victim denied having submitted the complaint. The Local Committee nevertheless proceeded with the inquiry and issued recommendations against the respondent.

The Kerala High Court examined the matter and held that Section 9 of the POSH Act mandates a written complaint by the aggrieved woman. While the law permits assistance to be provided where a woman is unable to submit a written complaint, a mere oral allegation cannot ordinarily replace this statutory requirement. Since no valid written complaint existed in the case, the inquiry itself was held to be unsustainable.

The Court further observed procedural deficiencies in the inquiry process, including denial of adequate opportunity to challenge evidence and departures from principles of natural justice. As a result, the inquiry report and consequential actions were set aside.

Key Takeaways for HR Professionals and ICC Members
  1. A written complaint remains the foundation of a POSH inquiry. 
  2. If an aggrieved woman is unable to submit a written complaint, the Committee should formally assist her in recording it in writing as contemplated under the Act. 
  3. Anonymous complaints should be handled with caution and cannot automatically become the basis for a formal POSH inquiry. 
  4. Principles of natural justice must be followed throughout the investigation process. 
  5. Procedural compliance is as important as the intent of the legislation. A flawed process can invalidate an otherwise well-intentioned inquiry. 

For HR leaders, this judgment reinforces a simple but powerful principle: POSH investigations must be both sensitive and legally rigorous. A fair outcome begins with a fair process