This is the fifth time i donated blood and it gives a feeling of joy that I have helped someone to live better and invariably my blood is in other's veins. It personally feels a satisfying act.
ନିଜ ସ୍ୱପ୍ନକୁ ତ୍ୟାଗ କରି ମୋ ସ୍ୱପ୍ନକୁ ଡେଣା ଦେଇଥିବା, ନିଜ ସୁଖକୁ ଉତ୍ସର୍ଗ କରି ମୋ ଜୀବନକୁ ଆଲୋକିତ କରିଥିବା ପରମ ପୂଜ୍ୟ ମା' ଓ ବାପାଙ୍କ ଚରଣରେ ମୋର ଅକୁଣ୍ଠିତ ଶ୍ରଦ୍ଧା ଓ ପ୍ରଣାମ। 🙏 To my beloved parents, who sacrificed their dreams to nurture mine and dedicated their happiness to brighten my life's journey, I offer my deepest respect, gratitude, and heartfelt pranam.
Tuesday, November 07, 2023
Monday, November 06, 2023
ସବୁ ସୁଖରେ ସାଥି
ଜୀବନ ଯମୁନା ରେ ବହୁ ଥର ମୁଁ ବହିଯାଇଛି, ଆଉ ବେଳେ ବେଳେ ଭାବେ ଯେ କାହିଁକି ଏ ସବୁ ଜଂଜାଳ.
ବହୁତ ଚେଷ୍ଟା କରିଛି ମୁ ଜୀବନକୁ ବୁଝିବା ପାଇଁ ମାତ୍ର ଏ ମାରିଚୀକା ପଛରେ ଧାଇଁ ଧାଇଁ ଥକିବା ଟା ହିଁ ସାରା ହେଇଚି.
ମଣିଷ ନିଜ ନିଜ ସୁଖ ଖୋଜେ ଆଉ ଯେଉଁଠି ସେ ଲାଭ ଦେଖେ ସେଠି ସେ ନିଜକୁ ଅଠା ଲଗେଇ ଯୋଡି ଦିଏ ଯେମିତିକି ସେ ଅନ୍ତରଙ୍ଗ ବନ୍ଧୁଟିଏ. ମାତ୍ର ଗୋଟାଏ ମିନିଟ ଯଦି ସେ ସେଇ ସୁଖ ନ ପାଏ ସେ କିଏ ବି ହେଇଥାଉ ନା କାହିଁକି ଦୁରେଇଯାଏ ସେ.
କି ସାଙ୍ଗ କି ସାଥି କି ସମ୍ପର୍କୀୟ ଆଉ କି ସ୍ତ୍ରୀ... ସବୁ ସୁଖରେ ସାଥି
ଦୁନିଆରେ କିଛି ସମୟ କାଟିଲା ପରେ ଆଉ ଯେତେବେଳେ ଟିକିଏ ବୁଝି ହେଲେ ପରି ଲାଗେ, ସତ କହୁଛି ବାବୁ ବଂଚିବାକୁ ଆଶା ଯୋଗାଡ କରି ପାରୁନି.
ବାବା ଗଲା ପରେ ଦୁନିଆର ଅସଲି ଚେହେରାଟା ଏକଦମ ଝଲସି ଉଠିଛି. ଆଖପାଖର ଲୋକେ ନିଜ ନିଜ ସୁବିଧା ଦେଖିଲେଣି.... କିଏ କହିଲାଣି ଏବେ ତ ସୁଧୁରିଯା, ତ କିଏ କହିଲାନି ବେଶୀ କଥା କହନା ଆଉ ଶୁଣିବାକୁ ବେଳ ନାହିଁ. ସମ୍ପର୍କର ଗୋଟେ ଗୋଟେ ଖିଅ କେତେ ପତଳା aau କ୍ଷଣଭଙ୍ଗୁର ତାହା ବୁଝିବାକୁ କିଛି ଅସୁବିଧା ହଉନି.
ଆଜି ବହୁତ ଏକୁଟିଆ ଲାଗୁଚି .. ଲାଗୁଛି ଯେମିତି ଏତେବଡ ଦୁନିଆରେ କିଏ ମଣିଷ ନାହାନ୍ତି.
