Saturday, April 18, 2026

ଦଶମ ଶ୍ରେଣୀ ବୋର୍ଡ ରେଜଲ୍ଟ ଆଉ ଜୀବନ

କାଲି ଦଶମ ଶ୍ରେଣୀ ବୋର୍ଡ ପରିକ୍ଷାର ରେଜଲ୍ଟ ବାହାରିଲା, ଆଉ ପଡ଼ିଶାଘର ଝିଅଟି 89% ମାର୍କ ରଖିଥିବାରୁ ଖୁସିରେ ଚକଲେଟ ବାଂଟୁଥିଲା ...


ହଠାତ ମୋ ପିଲାବେଳ ସ୍କୂଲ ସମୟର କଥା ମନେପଡିଗଲା, ସେ ସମୟଟା ଜୀବନର ଉତ୍ତମ ସମୟ ଥିଲା ନା.  

ଚିନ୍ତାଶୂନ୍ୟ ଜୀବନରେ ଖେଲବୁଲ ଆଉ ମସ୍ତି କରିବା ଛଡା ଆଉ କିଛି କାମ ନ ଥିଲା ...

ମାତ୍ର ସପ୍ତମ ଶ୍ରେଣୀ ବୋର୍ଡ଼ପରୀକ୍ଷା ପରଠୁ ପାଣିପାଗ ଧୀରେ ଧୀରେ ପରିବର୍ତନ ହେଇଯାଇଥିଲା, ଆଉ ସେଠୁ ମୁଁ ବି ଟିକେ ଟିକେ ଭାବପୂର୍ଣ୍ଣ ଚିନ୍ତାରେ ଗମ୍ଭିର ରହିବା ଆରମ୍ଭ କରିଥିଲି. ତା ପରଠୁ ଆରମ୍ଭ ହେଇଯାଇଥିଲା ଗୋଟେ ମହାସଂଗ୍ରାମ  

TBW ଗାଇଡ଼ ବୁକ କିଣିବା,

ଟିଉସନ ଯିବା,

ନୋଟ ବନେଇବା 

ଆଉ ବାରମ୍ବାର ରିବିସନ କରିବା 

କିଏ ପାହାନ୍ତିଆ 3ଟାରେ ଉଠି ପଢୁଥିଲା ତ କିଏ ରାତିଯାକ ପଢି ସକାଳେ ସୋଉଥିଲା 


ଧୀରେ ଧୀରେ ଜୀବନଟା କେତେବେଳେ ପ୍ରତିଯୋଗିତାମୂଳକ ହେଇଗଲା ଆଉ ତା ପରେ ମୁଁ କେତେବେଳେ ଏଇ ତେଲଲୁଣ ସଂସାରର ମାରାଥନ ଦୌଡ଼ରେ ସାମିଲ ହେଇଯାଇଛି ମୁ ବି ଜାଣିନି.  

ସତ କହିବାକୁ ଗଲେ ସେ ସ୍ୱର୍ଣ୍ଣିମ ଦିନଗୁଡା ହିଁ ପ୍ରକୃତ ଜୀବନ ଆଉ ବାକି ସବୁ ଗୋଟେ ମରୀଚିକା, ସମସ୍ତେ ଅଣନିଶ୍ୱାସୀ ହୋଇ ଖାଲି ଧାଇଁଛନ୍ତି ... କାହାକୁ କିଛି ମିଳିଛି କହିବେ କି ???

ମନହୁଏ ଆଉଥରେ ସେ ପ୍ରତିଯୋଗିତାବିହୀନ ଜୀବନର ସ୍ୱାଦ ଚାଖିବାକୁ...  

ମାତ୍ର ତାହା ତ ଅସମ୍ଭବ.... ବିତିଯାଇଥିବା କାଲିଠୁ ଆଜିର ଜୀବନ ପାଇଁ  ପ୍ରେରଣା ଖୋଜି ଆଗକୁ ବଢିଯିବାଟା ହିଁ ଶ୍ରେୟସ୍କର...



करीब जाने से पता चलता है सख्शियत का पता 
दूर से चाँद भी ज़रा सा लगता है 

ଚଣାଚକୁଳି ଆଉ ମୁଁ ...

8.30 ହେଇଗଲାଣି ଆଉ ସେ ଘରକାମ କରୁଥିବା ଚାକରାଣୀ ତା ଏ ଯାଇଁ ଆସିନି .  କଣ କରିବ ଯେ ମଣିଷ, ଶଳା ବାଥରୁମ କୁ ଯାଇଥିବା କି ନାଇଁ ସେ ବେଲ ମାରିବ,  ନା ଯାଈ ହବ ନ ରହିହବ...